ସୁଭାଷ ସେତୁରେ ଦୁର୍ଘଟଣା : କାର୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଜଣେ ଗୁରୁତର

Published By : Prameya-News7 Bureau | December 14, 2020 IST

ନରାଜ,୧୪/୧୨: କଟକ ଜିଲ୍ଲା ବାରଙ୍ଗ ପାର୍ଶ୍ୱର ସୁଭାଷ ସେତୁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ  କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା ହେବାରୁ କାର ଚାଳକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁସାରେ, ରବିବାର ରାତି ପ୍ରାୟ ୧୦ଟା ସମୟରେ ତ୍ରିଶୁଳିଆ ଛକପଟୁ କଟକ ଅଭିମୁଖେ ଏଖ ପିକଅପ୍ ଭ୍ୟାନ୍ ଯାଉଥିଲା । ଭ୍ୟାନଟି (ଓଡି୦୫ଟି୫୮୨୪) ବିପରୀତ ପଟୁ ଆସୁଥିବା ଏକ କାର୍‌ (ଓଡ଼ି ୦୨ଏଏକ୍ସ୬୬୬୮) ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣା କାର୍‌ ଚାଳକ ଗୁରୁତର ହୋଇଛନ୍ତି। ସୂଚନା ପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ନିମନ୍ତେ ଆହତଙ୍କୁ ଏସ୍‌ସିବିକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.