ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ, ୩ ଗୁରୁତର

Published By : Prameya-News7 Bureau | September 04, 2020 IST

ଭଦ୍ରକ ୦୪।୦୯: ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ । ଜାତୀୟ ରାଜପଥର କଡରେ ଥିବା ଟ୍ରକ୍‌କୁ ପଛପଟୁ ଧକ୍କାଦେଇଛି ବାଇକ୍‌ । ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଭଣ୍ଡାରୀପୋଖରୀ ଥାନା ଅଞ୍ଚଳର ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ କଡ଼ରେ ଏକ ଟ୍ରକ ଛିଡା ହୋଇଥିଲା । ସେପଟେ ଭଣ୍ଡାରିପୋଖରୀରୁ ଝୁଟୁଣା ଅଞ୍ଚଳରୁ ରାଜୁଆଳିବିନ୍ଧା ଆସୁଥିଲା ଏକ ବାଇକ୍‌ । ସେହି ବାଇକ୍‌ରେ ତିନିଜଣ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ ପଛ ପଟୁ ପିଟି ହୋଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ତିନିଜଣ ଗୁରୁତର ଅବସ୍ଥାରେ ପଡିଯାଇଥିଲେ । ଦୁର୍ଘଟଣାର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.