ଲକ୍‌ଡାଉନ୍‌ ବେଳେ ଅଘଟଣ : ଟ୍ରକ-ଟେମ୍ପୋ ମୁହାଁମୁହିଁ ଧକ୍କା , ୭ ଶ୍ରମିକ ମୃତ

Published By : Prameya-News7 Bureau | May 05, 2020 IST

ମଥୁରା ୦୫।୦୫: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା  ଘଟିଛି । ମାଗୋରା ପୋଲିସ ଷ୍ଟେସନ ପରିସରରେ ଥିବା ଉମ୍ରି ଗାଁ ନିକଟରେ ଏକ ଟ୍ରକ ଓ ଟେମ୍ପୋ ମଧ୍ୟରେ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ସମସ୍ତ ଲୋକ ଶ୍ରମିକ ଥିଲେ ଏବଂ ଘରକୁ ଫେରୁଥିଲେ। ଲକଡାଉନନ୍‌ ସମୟରେ ଏପରି ଭୟଙ୍କର ଦୁର୍ଘଟଣା ପୋଲିସ ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି ।

{"id":264929,"sizeSlug":"large"}

ମଧ୍ୟପ୍ରଦେଶର ଛତ୍ରପୁରରୁ ଆସିଥିବା ଶ୍ରମିକମାନେ କାମ କରିବାକୁ ଆସିଥିଲେ, କିନ୍ତୁ ଲକ୍‌ଡାଉ୍‌ ଯୋଗୁଁ ଅଟକି ଯାଇଥିଲେ। ସମସ୍ତେ ନିଜ ଘରକୁ ଯିବାକୁ ବ୍ୟସ୍ତବିବ୍ରତ ଥିଲେ। ଏହି ଶ୍ରମିକମାନେ ମଧ୍ୟପ୍ରଦେଶ ଯିବା ପାଇଁ ମଥୁରାରୁ ଭଡା ଟେମ୍ପୋ ସହିତ ମଧ୍ୟପ୍ରଦେଶ ଯିବାକୁ ବାହାରିଥିଲେ। ଆଠଜଣ ଶ୍ରମିକ ଜଜନ ପାଟି ଯିବାକୁ ଗସ୍ତ ଆରମ୍ଭ କରିଥିଲେ । କିନ୍ତୁ କିଛି ସମୟ ଯିବା ପରେ ଗାଡି ମଥୁରା-ଭରତପୁର ରାସ୍ତାରେ ଥିବା ଉମ୍ରି ଗାଁ ନିକଟ ଭରତପୁର ରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲା ।  ତରଭୁଜରେ ଭର୍ତ୍ତି ଏକ ଟ୍ରକକୁ ଟେମ୍ପୋ ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ ଘଟଣାସ୍ଥଳରେ ଗହଳି ବଢିଯାଇଥିଲା ।ସ୍ଥାନୀୟ ଲୋକ ପୋଲିସକୁ  ସୂଚନା ଦେଇଥିଲା। ତେବେ ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସର ସୂଚନାନୁସାରେ ଏହି ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.