ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଜଣଙ୍କ ଜୀବନ

Published By : Prameya-News7 Bureau | December 05, 2020 IST

ଆଠମଲ୍ଲିକ ୦୫।୧୨: ଅନୁଗୁଳ କିଶୋରନଗର ଥାନା ଜାତୀୟ ରାଜପଥ ୫୫ର ଶୁସବ ଢାବା ନିକଟରେ ଦୁର୍ଘଟଣା ଘଟିଛି । ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ବଇଣ୍ଡା ଅଞ୍ଚଳର  ଶେଷଦେବ ମାଝି ବୋଲି ଜଣାପଡିଛି ।  ଘଟଣାରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌  ଆରମ୍ଭ କରିଛି ।

ଖବର ଅନୁଯାୟୀ, ମୃତକ ବାଇକ ଆରୋହୀ ବାମୁରରୁ ବଇଣ୍ଡା ଯାଉଥିବା ବେଳେ ପଛପଟ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ବାଇକ ଆରୋହୀ ପଡିଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିଶୋରନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷଦେବଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପରିବାର ଲୋକ ଓ ପୋଲିସ ମେଡିକାଲରେ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.