Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାସ୍ତା ପାର ହେଉଥିବା ବେଳେ ମୁଣ୍ଡ ଉପରେ ଚଢିଗଲା ଟ୍ରକ, ଚାଲିଗଲା କନିଷ୍ଠ କୃଷି ଅଧିକାରୀଙ୍କ ଜୀବନ

12/09/2020 at 8:07 AM

ପାଟଣା ୧୨।୦୯: ରାସ୍ତାର ଗୋଟିଏ ପଟରୁ ଆଉ ଗୋଟି ପଟକୁ ପାର ହେଉଥିବା ବେଳେ ଆରପାରିକୁ ଚାଲିଗଲେ । ସଡ଼କ ଦୁର୍ଘଟଣାରେ ଚାଲିଗଲା କନିଷ୍ଠ କୃଷି ଅଧିକାରୀଙ୍କ ଜୀବନ । ମୃତକ ଯାଜପୁର ଜିଲ୍ଲାର ପ୍ରଦୀପ କୁମାର ଦାଶ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । କେନ୍ଦୁଝର ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ଦୁର୍ଘଟଣା ଘଟିଛି ।  

ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ସ୍କୁଟି ରଖି ରାସ୍ତା ପାର୍‌ ହେଉଥିଲା । କିନ୍ତୁ ରାସ୍ତାପାର ହେଉଥିବା ବେଳେ ଅଜଣା ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ କି ସେ ତଳେ ପଡିଯାଇଥିଲେ । ପ୍ରଦୀପ ତଳେ ପଡିଯିବା ଦ୍ୱାରା ଟ୍ରକଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଟ୍ରକ ଧକ୍କାରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି  ।

ଦୁର୍ଘଟଣାର ଖବର ପାଇଁ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେହିପରି ମୃତ ପ୍ରଦୀପଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି । ପ୍ରଦୀପ ମୟୁରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକର କୃଷି ଅଫିସରେ କନିଷ୍ଠ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

   Related Posts