ସ୍କୁଟିକୁ ସାମ୍ନା ପଟୁ ଧକ୍କା ଦେଲା କାର୍, ମହିଳା ମୃତ

Published By : Prameya-News7 Bureau | September 16, 2020 IST

ସାଲେପୁର ୧୬।୦୯: ସଡ଼କ ଦୁର୍ଘଟଣାରେ ଜଣେ  ମୃତ୍ୟୁ । କଟକ ଜିଲ୍ଲା କିଶନନଗର ଥାନା କଟକ-ପାରାଦୀପ  ରାସ୍ତା ତତଲାପଦା କୁମ୍ଭାରସାହି ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଜଣେ ମହିଳା ବୋଲି ଜଣପାଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମହିଳାଜଣଙ୍କ ସ୍କୁଟିରେ କଟକ ଆଡୁ ଆସୁଥିବା ବେଳେ ପାରାଦୀପ ପଟୁ ଆସୁଥିବା ଏକ୍‌ କାର ସାମ୍ନା ପଟୁ ଧକ୍କା ଦେଇଥିଲା । ଯାହାଫଳରେ ମହିଳାଜଣଙ୍କ ଘଟଣାସ୍ଥଳରେ ଗୁରୁତର ଭାବେ ପଡିରହିଥିଲେ । ସ୍ଥାନୀୟଲୋକେ ମହିଳାଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରାଥିଲେ ।

କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଦୁର୍ଘଟଣା ପରେ କାର୍‌ ଚାଳକ କାର୍‌ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଜବତ କରିବା ସହ ଛାନ୍‌ଭିନ୍‌ ଜାରି ରଖିଛି । ତେବେ ବର୍ତ୍ତମାନ  ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.