ଯୁବକଙ୍କ ଉପରେ ମାଡିଗଲା ତେଲ ଟ୍ୟାଙ୍କର, ଚାଲିଗଲା ଜୀବନ
27/11/2020 at 1:38 PM

ଖୋର୍ଦ୍ଧା୨୭/୧୧: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ତେଲ ଟ୍ୟାଙ୍କରଟି ଦ୍ରୁତଗତିରେ ଆସି ତାଙ୍କ ଶରୀରର ମଧ୍ୟ ଭାଗରେ ଚଢ଼ି ଯାଇଥିଲା।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ମୃତକ ହେଲେ ସରଧାପୁର ଅଞ୍ଚଳର ମଞ୍ଜୁର ମହମ୍ମଦ। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Related Posts
ସାରା ବିଶ୍ୱ ଏବେ ଡିଜିଟାଲ୍ ଖବର ମୁହାଁ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021