ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ଜଣେ ଗୁରୁତର
10/01/2021 at 7:33 PM

ପାଟଣା୧୦/୧: ସଡକ ଦୁର୍ଘଟଣାରେ ଜଣେ ମୃତ ଏବଂ ଗୁରୁତର। କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ କେନ୍ଦୁଜୁଆଣି ରାସ୍ତାର କମାରମରା ନିକଟରେ ଏହି ଦୁର୍ଘଟଣା ଘଟିଛି। ରବିବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ ଚଳାଉଥିବା ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଗୁରୁତରଙ୍କୁ ୧୦୮ ସାହାଯ୍ୟରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି।