ପୋଲରେ ପିଟିହେଲା କାର୍ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | February 07, 2020 IST

ଦେବଗଡ ୦୭।୦୨: କାର୍‌ ଦୁର୍ଘଟଣାରେ ଜଣେ ମୃତ୍ୟୁ ଜଣେ ଗୁରୁତର । ଦେବଗଡ ଜିଲ୍ଲା ଦେଇ ଯାଇଥିବା ରାଞ୍ଚି- ବିଜୟୱାଡା ରାଜପଥର ଆମ୍ବପାଳ ଗାଁର ନିକଟରେ ଦୁର୍ଘଟଣା ଘଟିଛି । ମୃତକ ନିକ୍ତିମାଳ ଗାଁର ଦେବାନନ୍ଦ ବେହେରା । ଏବଂ ଆହତ ଥିବା କାର୍‌ ଡ୍ରାଇଭର ବୁଢିବିଲ ଗାଁର ସଞ୍ଜୟ ନାୟକ ବୋଲି ଜଣାପଡିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

{"id":221205,"sizeSlug":"large"}

 ସୂଚନାଯୋଗ୍ୟ ଯେ, ଉଭୟ ଯୁବକ କୌଣସି କାମରେ ବୁଢାପାଳ ଅଞ୍ଚଳକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ଆମ୍ବପାଳ ଗାଁ ନିକଟରେ  କାର୍‌ଟି ଭାରସାମ୍ୟ ହରାଇ ପୋଲରେ  ପିଟି ହୋଇ ତଳକୁ ଖସି ପଡିଛି । ଖବରପାଇ ଦେବଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଓ  ଗୁରୁତର ଆହତ ଯୁବକଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମେଡିକାଲରେ  ଦେବାନନ୍ଦଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ଆହତ ଡ୍ରାଇଭର୍ ସଞ୍ଜୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.