ଟ୍ରକକୁ ଧକ୍କାଦେଲା ଟ୍ରକ, ଚକା ତଳେ ଶୋଇଥିବା ଡ୍ରାଇଭର ମୃତ

Published By : Prameya-News7 Bureau | May 18, 2020 IST

ସାଲେପୁର ୧୮।୦୫: ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡଗାଁ ପଞ୍ଚାୟତ ବିଶ୍ବାଳ ଫାଣ୍ଡି ନିକଟସ୍ଥ ସିମେଣ୍ଟ କାରଖାନା ଗେଟ ନିକଟରେ ଦୁର୍ଘଟଣା ଘଟିଛି । ସିମେଣ୍ଟ ମିକ୍ସଚର ଟ୍ରକକୁ ଅନ୍ୟ ଏକ ଟ୍ରକ ପଛରୁ ଧକ୍କା ଦେବାରୁ ଚକା ତଳେ ଶୋଇଥିବା ଡ୍ରାଇଭର ଚାପି ହୋଇ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ହେଲା ପ୍ରେମ ରାଓ , ଏବଂ ତାଙ୍କ ଘର ଝାରଖଣ୍ଡର ଚମ୍ପାରଣ ଜିଲ୍ଲାର ସାତଗତିଆ ଗ୍ରାମର ବୋଲି ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କାରାଖାନା କର୍ତ୍ତୃପକ୍ଷ କି ପୋଲିସ ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ନିଆଯାଉନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.