ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ : ଚାଲିଗଲା ପୁଅର ଜୀବନ, ବାପା ଗୁରୁତର

Published By : Prameya-News7 Bureau | September 18, 2020 IST

ସାଲେପୁର ୧୮।୦୯: କଟକ ଜିଲ୍ଲା ଟାଙ୍ଗୀ ଥାନା କଏରାପାରୀ ଛକରେ ଦୁର୍ଘଟଣା ଘଟିଛି । ବାଇକ ଓ ଟ୍ରକ ମଧ୍ୟରେ ଧକ୍କା । ଟ୍ରକ ଧକ୍କାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବା ଜଣାପଡିଛି । ବାପାଙ୍କୁ ଗୁରୁତର ଅୂସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।   

{"id":331181,"sizeSlug":"large"}

ସୂଚନା ମୁତାବକ, ଆଜି ସକାଳ ସମୟରେ ଶାଳଗାଁ ପଞ୍ଚାୟତ ଖାଇ ପଡିଆ ଗାଁର ବଟକୃଷ୍ଣ ମହାରଣା ଓ ତାଙ୍କ ପୁଅ ପବନି ମହାରଣା ଏକ ବାଇକରେ  ଛତିଆ ଅଭିମୁଖେ ଯାଉଥିଲେ । ଠିକ୍‌ ଏହି ସମୟରେ  କଏରାପାରୀ  ଛକ ନିକଟରେ ପଛପଟରୁ ଏକ ଦଶଚକିଆ ଟ୍ରକ ଦେଇଥିଲା । ଯାହାଫଳରେ କି ବାପା ଓ ପୁଅ ପଡିଯାଇଥିଲା । ତେବେ ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ସେପଟେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ  ବାପା ଗୁରୁତର ହୋଇପଡିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟଲୋକ ପହଞ୍ଚି  ବାପା ଓ ପୁଅ ଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଇଥିବା ଜଣାପଡିଛି। ସେହିପରି ଦୁର୍ଘଟଣାର ଖବର ପାଇ ଟାଙ୍ଗୀ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ବାଇକଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.