ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, କନଷ୍ଟେବଳ ଆହତ
4/01/2021 at 4:35 PM

ବଲାଙ୍ଗୀର, ୦୪|୦୧: ବଲାଙ୍ଗୀର ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ବାବୁ ଉଳବା ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି ।
ସୂଚନାନୁସାରେ, ସହଦେବ ସାହୁ ଓ ବୈଷ୍ଣବ ଭୋଇ ନାମକ ଦୁଇ ବ୍ୟକ୍ତି ବେଲଗାଁ ଢାବାରୁ ଖାଇ ଫେରୁଥିଲେ । ବାବୁ ଉଳବା ଛକ ନିକଟରେ ସେମାନେ ଆସୁଥିବା ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ବୈଷ୍ଣବ ଭୋଇ ମୃତ୍ୟୁବରଣ କରିଥିଲେ । ତେବେ ସହଦେବ ସାହୁ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆହତ ସହଦେବ ପୋଲିସ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।