ବସ୍‌ ଓ ଟ୍ରକ ମଧ୍ୟରେ ଧକ୍କା : ୫ମୃତ, ୧୨ଆହତ

Published By : Prameya-News7 Bureau | February 23, 2020 IST


ପାଟଣା ୨୩।୦୨: ବିହାର ରାଜଧାନୀ ରୋହତାସ ଜିଲ୍ଲାରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇତିବା ବେଳେ ୧୨ଜଣ ଲୋକ ଆହତ ଅଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ବିହାରର ରୋହତାସ ଜିଲ୍ଲାର ଦେଇ ଯାଇଥିବା ଜାତୀୟ ରାଜପଥ କିରାହୀରି ନିକଟରେ ଦୁର୍ଘଟଣା ଘଟିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି, ତାହାର କାରଣ ଅସ୍ପଷ୍ଟ ରହିଛି ।  ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛି । ଏବଂ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.