ଥାନା ସମ୍ମୁଖରେ ଦୁର୍ଘଟଣା, ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ର ମୃତ
29/02/2020 at 2:51 PM

ପାରାଦୀପ ୨୯।୦୨: ପାରାଦୀପ୍ ଲକ୍ ଥାନା ସମ୍ମୁଖରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଗତସିଂହପୁର ଏରସମା କୋଠୀ ଅଞ୍ଚଳର କୁନା ମଲ୍ଲିକଙ୍କ ପୁଅ ଜଗନ୍ନାଥ ବୋଲି ଜଣାପଡିଛି । ଜଗନ୍ନାଥ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ।
ଶନିବାର ଦିନ ଜଗନ୍ନାଥ କୌଣସି କାମରେ ଏକ ତାଙ୍କ ମଉସା ଘର ପାରାଦୀପ ଗଡ ଗ୍ରାମକୁ ଯାଇଥିଲେ। ରାସ୍ତାରେ ଆସୁଥିବା ସମୟରେ ହଠାତ ଏକ ଟ୍ରକ ଜଗନ୍ନାଥଙ୍କୁ ଧକ୍କା ଦେଇଥିଲା ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ପାରାଦୀପ ଅଠରବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଲକ୍ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021