Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଡ୍ୟୁଟିକୁ ଯାଉଥିଲେ MCL କର୍ମଚାରୀ : ବାଇକ ଉପରେ ଚଢିଗଲା ଟ୍ରକ୍, ଚାଲିଗଲା ଜୀବନ

21/07/2021 at 9:01 AM

କାମାକ୍ଷନଗର ୨୧/୭ : ବାଇକ୍କୁ  ପଛ ପଟୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ଙ୍କ ମୃତ୍ୟୁ । ମୃତକ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆର୍ତବନ୍ଧୁ ବିଶ୍ବାଳ । ଆର୍ତ୍ତ୍ରବନ୍ଧୁ ଜଣେ ଏମସିଏଲ କର୍ମଚାରି। ସବୁଦିନ ଭଳି ଆଜି ସେ ସକାଳୁ ତାଳଚେର ଡ୍ୟୁଟିକୁ ଯାଉଥିଲେ । NH ୫୩ ହାତିଲୁଚାଣି ଛକ ନିକଟରେ ପଛପଟୁ ତାଙ୍କୁ ଟ୍ରକଟି  ଧକ୍କାଦେଇ ସମ୍ପୂର୍ଣ ଚଢିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଟ୍ରକଟି  ଯାଜପୁର କାଳିଆପାଣିରୁ ଆଇରନ ଲୋଡ କରି ସମ୍ବଲପୁର ଯାଉଥିଲ । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଟ୍ରକଟିକୁ ଅଟକ ରଖିବା ସହ ଚାଳକକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

   Related Posts