ଦୁର୍ଘଟଣାରେ ଚାଲିଗଲା ଜୀବନ: ରାସ୍ତାରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା ବାଇକ୍

Published By : Prameya-News7 Bureau | December 30, 2020 IST

ଭଦ୍ରକ୩୦/୧୨: ଦୁର୍ଘଟଣାରେ ଚାଲିଗଲା ଜୀବନ। ମିଳିଥିବା ସୂଚନା ମୁତାବକ, ରାସ୍ତାରେ ଠିଆ ଅବସ୍ଥାରେ ବାଇକ ଧକ୍କା ଦେଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ମୃତଦେହ ରାସ୍ତାରେ ରଖି ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି। ଭଦ୍ରକ ଆନନ୍ଦପୁର ବରପଦା ଅଧିନସ୍ଥ ମୁଣ୍ଡିମରା ଛକରେ ଏହି ଦୁର୍ଘଟଣା ଘଟିଛି।

ମୃତ ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ରବିନ୍ଦ୍ର ନାୟକ। ବାଇକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ନିର୍ଦ୍ଧିଷ୍ଟସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି। ତେଣୁ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.