ଫାୟାରଷ୍ଟେସନ-ସିଆର୍ପି ରାସ୍ତାରେ ଦୁର୍ଘଟଣା: ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ, ଅନ୍ୟ ଜଣେ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ
10/01/2021 at 9:16 PM

ଭୁବନେଶ୍ବର୧୦/୧: ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ ଏବଂ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରବିବାର ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଫାୟାର ଷ୍ଟେସନରୁ ସିଆର୍ପି ଆସିବା ରାସ୍ତାରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ଭଦ୍ରକ ଜିଲ୍ଲାର ଦୀପକ୍ ମିଶ୍ର, ତାଙ୍କ ବୟସ ୨୪ ବର୍ଷ।
ଦୀପକ ଏବଂ ତାଙ୍କ ସାଙ୍ଗ ସ୍କୁଟିରେ ଯାଉଥିଲେ। ପ୍ରତ୍ୟେକ ଦର୍ଶୀଙ୍କ କହିବା କଥା ଏକ ବଡ଼ ଗାଡି ତାଙ୍କୁ ସାଇଡ ମାରିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଦୀପକଙ୍କ ମୃତ୍ୟୁ ହୋଇଛି। ଘଟଣାଟି ନୟାପଲ୍ଲୀ ଥାନା ଅଣ୍ଡରରେ ଘଟିଛି। ଗୁରୁତର ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ଗୁରୁତର ଯୁବକଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।