ଦ୍ରୁତଗତି ମହାବିପତ୍ତି: ହାଇଓ୍ବାକୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | January 02, 2021 IST

ଭଦ୍ରକ୨/୧: ହାଇଓ୍ବାକୁ ଧକ୍କା ଦେଲା ବାଇକ। ଜଣେ ମୃତ ଏବଂ ଗୁରୁତର। ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧୀନ ସିନ୍ଦୋଳ ପଞ୍ଚାୟତର ସେନବାଡ଼ ଛକ ନିକଟରେ ଏଭଳି ଦୁଃଖଦ ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରକର ପଛପଟୁ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୃତ ଯୁବକ ହେଲେ ତିହିଡି ଥାନା ଅଧୀନ ଦୌଲତପୁର ପଞ୍ଚାୟତମାଲପୁର ଗ୍ରାମର ସନ୍ଥ ବେହେରା ଏବଂ ଗୁରୁତର ଯୁବକ ହେଲେ ତହଡ଼ି ଥାନା ହରପୁର ପଞ୍ଚାୟତର ଜଗବନ୍ଧୁ ଜେନା। ସେନବାଡ଼ ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ଗାଡ଼ି ଭଦ୍ରକ-ଚାନ୍ଦବାଲି ରାସ୍ତାର ସେନାବାଡ଼ ଛକ ନିକଟରେ ଠିଆ ହୋଇଥିଲା। ବାଇକରେ ଘରକୁ ଫେରିବା ସମୟରେ ୨ ଜଣ ଯୁବକ ଟ୍ରକ ପଛପଟୁକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗଦି ଦମକଳ ବାହିନୀ ଓ  ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.