ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର, ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ପରିବାର ଲୋକେ
30/11/2020 at 5:14 PM

ବଲାଙ୍ଗୀର୩୦/୧୧: ବଲାଙ୍ଗୀର ତୁଷୁରା ରାସ୍ତା ଡଙ୍ଗାଘାଟ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।ବାଇକକୁ ପିଟିଲା ହାଇଡ୍ରା। ଏହି ଦୁର୍ଘଟଣାରେ ଜଣେ ମୃତ ଏବଂ ୨ ଗୁରୁତର। ଗୁରୁତର ଜଣ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ମୃତଦେହ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଏମାନେ ତୁଷୁରା ଏଆର ଷ୍ଟ୍ରିପରେ ରଙ୍ଗ କାମ କରିବାକୁ ଯାଇଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ବଲାଙ୍ଗୀର ସାଗର ପଡା ଓ ଇଚ୍ଛାପଡାର ଅଞ୍ଚଳରେ ଦୁର୍ଘଟଣାରେ ମୃତ ବ୍ୟକ୍ତି ଏବଂ ୨ ଜଣ ଗୁରୁତରଙ୍କ ଘର। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସମେତ ମୃତକଙ୍କ ପରିିବାର ଲୋକଙ୍କୁ ବୁଝାସୁଝା କରୁଛି।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021