ପିଲାଙ୍କ ମୁଣ୍ଡନ ଲାଗି ଯାଉଥିଲେ ମନ୍ଦିର, ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ତାପରେ...

Published By : Prameya-News7 Bureau | April 06, 2021 IST

ସାନଖେମୁଣ୍ଡି ୦୬।୦୪: ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ବାଲେଶ୍ୱର ଘାଟିରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ,  ଦିଗପହଣ୍ଡି ବ୍ଲକ ବି. ତୁରିବୁଡି ପଞ୍ଚାୟତ ପର୍ବତ ଶିଖରରେ ଥିବା ମା ନିଜବାଙ୍କେଶ୍ବରୀଙ୍କ ପୀଠରେ ମଙ୍ଗଳବାରରେ ଭକ୍ତଙ୍କ ସମାଗମ ହୋଇଥାଏ । ଆଜି ୨ୟ ମଙ୍ଗଳବାର ହୋଇଥିବାର ଅଧିକାଂଶ ଲୋକ ନିଜ ପିଲାଙ୍କ ମୁଣ୍ଡନ ପାଇଁ ଯାଇଥାନ୍ତି । ଏହିପରି ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ୧୦ରୁ ଅଧିକ ଲୋକ ଯାଉଥିଲେ । କିନ୍ତୁ ବାଲେଶ୍ୱର ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଯାଇଛି । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୦ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.