ବାଇକ ଓ ସ୍କୁଟି ମଧ୍ୟରେ ଧକ୍କା : ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | September 17, 2020 IST

ସାନଖେମୁଣ୍ଡି ୧୭।୦୯:  ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ସଡ଼କ ଦୁର୍ଘଟଣା  ଘଟିଛି । ସ୍କୁଟି ଓ ବାଇକ୍‌ ଧକ୍କା ହୋଇଛି । ଯାହାଫଳରେ କି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଗୋପାଳପୁର ଥାନା ଅଞ୍ଚଳର ବୋଲି ସୂଚନା ରହିଛି । ସେହିପରି ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।   

{"id":330659,"sizeSlug":"large"}

ଖବର ଅନୁଯାୟୀ,  ହିଞ୍ଜିଳି ଥାନା ସାରୁଆ ଛକ ନିକଟରେ ସ୍କୁଟି ଓ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ରହିଛନ୍ତି । ଗୁରୁତରଙ୍କୁ ପ୍ରଥମେ ହିଞ୍ଜିଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାର ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ଘଟ ଗୋପାଳପୁର ଅଞ୍ଚଳରେ ହୋଇଥିବା ଜଣାପଡିଥିବା ବେଳେ ପରିଚୟ ମିଳିପାରିନାହିଁ ।  

{"id":330660,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.