ତପ୍ତପାଣି ଘାଟିରେ ରାସ୍ତାକଡ଼କୁ ଖସିଲା ଟ୍ରକ, ବ୍ରେକ୍‌ ଫେଲ୍‌ ହେବାରୁ ଦୁର୍ଘଟଣା

Published By : Prameya-News7 Bureau | June 16, 2021 IST

ସାନଖେମୁଣ୍ଡି  ୧୬।୦୬ :  ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଟ୍ରକ ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ଟ୍ରକ ଡ୍ରାଇଭର  ଓ ହେଲ୍‌ପର ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ଟ୍ରକଟି ଓଡି୦୭ ଏଲ୍‌ ୧୭୨୭ ରାୟଗଡାରୁ ପେପର ଡଷ୍ଟ ନେଇ କଟକ ଅଭିମୁଖେ ଯାଉଥିଲା । ଠିକ୍ ଏହି ସମୟରେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଘଟିଛି ଦୁର୍ଘଟଣା। ଘାଟିରେ ଯାଉଥିବା ବେଳେ ବ୍ରେକ ଫେଲ ହୋଇଯିବାରୁ ଦୁର୍ଘଟଣା ଘଟିଛି। ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡିଥିବା ବେଳେ ପୋଡ଼ାମାରି ଫାଣ୍ଡି ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ଆହତ ଡ୍ରାଇଭର ଓ ହେଲପରକୁ ଉଦ୍ଧାର ଦିଗପହଣ୍ଡି ମେଡ଼ିକାଲ ଭର୍ତ୍ତି କରାଯାଇଥିଲା । ଆହତ ମାନେ ହେଲେ ଡ୍ରାଇଭର ଅମୂଲ୍ୟ କୁମାର ଭୂୟାଁ ଓ ହେଲପର ପ୍ରଶାନ୍ତ କୁମାର ଗଉଡ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.