ଘରେ ପଶିଗଲା ୧୬ ଚକିଆ ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ
3/01/2021 at 10:32 AM

ରାଇରଙ୍ଗପୁର ୦୩।୦୧ : ଘରେ ପଶିଗଲା 16 ଚକିଆ ଟ୍ରକ, ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଏପରି ଘଟଣା ଦେଖିବାକୁ ମିଳିଛି ରାଞ୍ଚି-ବିଜୟ ୱାଡା ଜାତୀୟ ରାଜପଥ ୨୨୦ର ବହଳଦା ଥାନା ଗମ୍ଭାରୀଆ ଗ୍ରାମରେ ଘଟିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଟ୍ରକକୁ ଦ୍ରୁତଗତିରେ ଆସିଥିବା ବେଳେ ଭାରସାମ୍ୟ ହରାଇ ପୂର୍ଣ୍ଣିମା ମିଟଙ୍କ ଘରକୁ ଧକ୍କା ଦେଇଥିଲା । ଯାହାଫଳରେ ଘର ଭିତରକୁ ପଶିଯାଇଥିଲା ଟ୍ରକ । ଦୁର୍ଘଟଣାରେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ପୂର୍ଣ୍ଣିମା ମିଟ ଘରେ ନ ଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲେ, କାରଣ ଦୁର୍ଘଟଣା ଘଟିଥିବା ଘରେ ସେ ପ୍ରତ୍ୟେକ ରାତିରେ ଶୋଇଥାନ୍ତି । ସେପଟେ ଦୁର୍ଘଟଣାରେ ତାଙ୍କ ପୁଅ ,ବୋହୁ ,ନାତି ଅନ୍ୟ ରୁମରେ ଥିବାରୁ ଅଘଟଣରୁ ବର୍ତ୍ତିଯାଇଛନ୍ତି । ତେବେ ଦୁର୍ଘଟଣାରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଗୋଟେ ମୋଟର ସାଇକେଲ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା ବେଳେ ପୁଲିସ ତଦନ୍ତ ଜାରି ରଖିଛି। ସେହିପରି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହେଵା ସହିତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ପରିବାର ଲୋକେ ଦାବି କରିଛନ୍ତି।