ଚୋରା ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଫେରାର

Published By : Prameya-News7 Bureau | May 16, 2021 IST

ରାଇରଙ୍ଗପୁର ୧୬।୦୫ : ଚୋରା ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତିଗଲେ ଡ୍ରାଇଭର ଓ ହେଲପର । ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଝରାଡ଼ିହି ନିକଟ ସୁରଦା ଗାଁ ରାସ୍ତାରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଓଆର୍‌-୦୯/୫୨୭୮ ନମ୍ବର ବିଶିଷ୍ଟ ବାର ଚକିଆ ଟ୍ରକ ଲୁହାପଥର ବୋଝେଇ କରି ଝାଡ଼ଖଣ୍ଡ ଯାଉଥିଲା । ଠିକ୍‌ ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପରଙ୍କ କୌଣସି କ୍ଷତି ହୋଇନଥିଲେ ବି ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗାଡିଟି କେନ୍ଦୁଝରରୁ ଲୁହାପଥର ନେଇ ଝାଡ଼ଖଣ୍ଡ ଯାଉଥିବାର କୌଣସି କାଗଜପତ୍ର ନଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହିତ ପୋଲିସ ଏକ ମାମଲା ଦାୟର କରି ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.