ମଦ ପିଇ ଗାଡି ଚଲାଉଥିଲେ ଡ୍ରାଇଭର :୧୫ଫୁଟ ତଳକୁ ଖସିପଡିଲା ମିନିଟ୍ରକ, ଆଉ ତାପରେ...

Published By : Prameya-News7 Bureau | March 11, 2021 IST

ରାଇରଙ୍ଗପୁର ୧୧।୦୩ : ୧୫ ଫୁଟ ତଳକୁ ଖସିଲା ମିନି ଟ୍ରକ । ରାଇରଙ୍ଗପୁର ୨୨୦ନଂ ରାଜପଥ ଭାଲୁବସା ନିକଟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଖବର ଅନୁଯାୟୀ, ୨୨୦ ନଂ ରାଜପଥ ଭାଲୁବସା ନିକଟରେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି । ମିନି ଟ୍ରକଟି ୧୫ ଫୁଟ ତଳକୁ ଖସିପଡିଛି।  ଦୁର୍ଘଟଣାର ସମୟରେ ଗାଡିରେ ଥିବା ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଡ୍ରାଇଭର ପ୍ରଚୁର ମଦ୍ୟପାନ କରିଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.