ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୭ରୁ ଅଧିକ ଆହତ

Published By : Prameya-News7 Bureau | December 10, 2020 IST

ନୂଆପଡା ୧୦।୧୨ : ଭାରସାମ୍ୟ ହରାଇ ଓଲଟିଲା ଛେଳି ବୋଝେଇ ପିକ୍ ଅପ୍ ଭ୍ୟାନ । ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ୪ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସ୍ଥାନୀୟ କୁରୁମପୁରୀ ନିକଟରେ ଏକ ଛେଳି ବଜାର ରହିଛି । ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଆସି ଛେଳି କିଣିଥାନ୍ତି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ ବ୍ୟବସାୟୀ କୁରୁମପୁରୀରୁ ଛେଳି କିଣି ଫେରୁଥିବା ବେଳେ ରାଜପଥ ୩୫୩ ତାରବୋଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ କି ଗାଡିରେ ଥିବା ୮ଜଣରୁ ଅଧିକ ଦୁର୍ଘଟଣାର ଶୀକାର ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.