୩୦ ଫୁଟ୍ ତଳକୁ ଖସିଲା ଟ୍ରକ: ହେଲ୍‌ପର୍‌ ମୃତ, ଡ୍ରାଇଭର ଫେରାର

Published By : Prameya-News7 Bureau | April 21, 2021 IST

କରଞ୍ଜିଆ ୨୧।୦୪: ୩୦ଫୁଟ୍‌ ତଳକୁ ଖସିଲା ଟ୍ରକ । ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିଛି ପ୍ଲାଷ୍ଟିକ୍‌ ବୋଝେଇ ଟ୍ରକ ।  ୪୯ନମ୍ବର ଜାତୀୟ ରାଜପଥ ଯଶୀପୁର ନିକଟ ଗହିରାବାଙ୍କ ଠାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ହେଲ୍‌ପରଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

{"id":441643,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପ୍ଲାଷ୍ଟିକ୍‌ ବୋଝେଇ ଟ୍ରକଟି ଯାଉଥିବା ବେଳେ ଯଶୀପୁର ନିକଟରେ ଥିବା ଗହିରାବାଙ୍କ ଠାରେ ଭାରସାମ୍ୟ ହରାଇ ୩୦ ଫୁଟ୍‌ ତଳକୁ ଖସିପଡିଥିଲା । ଯାହାଫଳରେ କି ଗାଡ଼ିରେ ଥିବା ହେଲ୍‌ପର୍‌ର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର୍‌ ଫେରାର ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

{"id":441644,"sizeSlug":"large","linkDestination":"none"}

ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା । ଏନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । ଫେରାର୍‌ ଥିବା ଡ୍ରାଇଭରଙ୍କୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.