ବସ୍‌କୁ ପଛ ପଟୁ ପିଟିଲା ଟ୍ରକ, ଗାଡିରେ ଥିଲେ ୪୦ରୁ ଅଧିକ ଯାତ୍ରୀ

Published By : Prameya-News7 Bureau | April 21, 2021 IST

କରଞ୍ଜିଆ ୨୧।୦୪: ମୟୁରଭଞ୍ଜ ଯଶୀପୁର ଛକ ନିକଟରେ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌କୁ ପଛ ପଟୁ ପିଟିଲା ଦଶଚକିଆ ଟ୍ରକ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ରୁ ଅଧିକ ଯାତ୍ରୀ । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖିଛି ।

{"id":441660,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ୪୦ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ବହଳଦା ଅଭିମୁଖେ ଯାଉଥିଲା ଡିସ୍ପୋଭୋରି ନାମକ ଏକ ବସ୍‌ । କିନ୍ତୁ ଯଶୀପୁର ଛକ ନିକଟରେ ଏହି ଯାତ୍ରୀବାହୀ ବସ୍‌କୁ ପଛ ପଟୁ ଧକ୍କାଦେଲା ଏକ ଦଶ ଚକିଆ ଟ୍ରକ । ଦୁର୍ଘଟଣା ଏତେ ଜୋରଦାର ହୋଇନଥିଲେ ସୁଦ୍ଧା ଗାଡିର ପଛପଟ ସାମାନ୍ୟ କ୍ଷତି ପହଞ୍ଚିଚିଛି ।

ତେବେ ଗାଡ଼ିଥିବା ୪୦ଜଣ ଅଳ୍ପକେ ବଡ଼ଧରଣ ଅଘଟଣରୁ  ବର୍ତ୍ତିଯାଇଛନ୍ତି । ଦୁର୍ଘଟଣାସଂପର୍କରେ ଖବର ପାଇ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଗାଡି ଡ୍ରାଇଭରକୁ ଅଟକ ରଖି ପଚାରାଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.