Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନିର୍ବନ୍ଧ ସାରି ଫେରୁଥିଲେ ୫୦ଲୋକ, ଅଧା ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍ ଭ୍ୟାନ୍‌

1/07/2021 at 12:47 PM

କଳାହାଣ୍ଡି ୦୧।୦୭ : ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ନିର୍ବନ୍ଧ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଗାଡି । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, କେସିଙ୍ଗା ବ୍ଲକ ଚାଞ୍ଚେର ଗାଁ ଲଖନା ମାଝିଙ୍କ ପୁଅ ପାଇଁ କର୍ଲାପାଟ ନିକଟ ଟିକ୍ରାପଡା ଗାଁକୁ ଦୁଇଟି ପିକଅପ ଭ୍ୟାନରେ ୫୦ରୁ ଅଧିକ ମହିଳା ଓ ପୁରୁଷ ନିର୍ବନ୍ଧ ପାଇଁ ଯାଇଥିଲେ । ନିର୍ବନ୍ଧ ସାରି ଅପରାହ୍ନ ୪ଟା ସମୟରେ ଫେରିବା ସମୟରେ ପୁରୁଣାଗୁମା ନିକଟରେ ଗୋଟିଏ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଲା। ଯାହାଫଳରେ ଗାଡ଼ିରେ ବସିଥିବା ୨୦ରୁ ଅଧିକ ଲୋକେ ଦୁର୍ଘଟଣା ଶିକାର ହୋଇଥିଲେ ।

ଦୁର୍ଘଟଣା ପରେ ପିକଅପ ଭ୍ୟାନ ତଳେ ଚାପି ହୋଇଯାଇଥିଲେ କିଛି ଲୋକ। ନିକଟରେ ଥିବା ଗ୍ରାମବାସୀମାନେ ଉଦ୍ଧାର କରିଥିଲେ। ଉଦ୍ଧାର ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ତେବେ ଆହତ ମାନଙ୍କ କହିବା ଅନୁସାରେ ଡ୍ରାଇଭର ମଦ୍ୟପାନ କରିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ଜଣାପଡିଛି । ଭବାନୀପାଟଣା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

   Related Posts