Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଗ୍ୟାସ୍ ଷ୍ଟୋଭ୍ ଦୋକାନରେ ଦୁର୍ଘଟଣା, ଜଣେ ନାବାଳକ ସମେତ ୩ ଗୁରୁତର

23/10/2021 at 9:35 PM

କେନ୍ଦୁଝର ୨୩/୧୦: କେନ୍ଦୁଝର ଯୋଡ଼ାରେ ଅଘଟଣ । ଗ୍ୟାସ୍ ଷ୍ଟୋଭ୍ ଦୋକାନରେ ଷ୍ଟୋଭ୍ ଫାଟି ଜଣେ ନାବାଳକ ସମେତ ୩ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଯୋଡ଼ା ଟାଟା ଷ୍ଟିଲ୍ ଡାକ୍ତରଖାନାରେ ଭର୍ତ୍ତି କାରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ ଆହତଙ୍କ ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଯୋଡ଼ା, ସୁନାନଦୀ ପାଖ ମାର୍କେଟରେ ଥିବା ସେକ୍ ଅଖତରଙ୍କ ଗ୍ୟାସ୍ ଷ୍ଟୋଭ୍ ଦୋକାନରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି । ବେଆଇନ୍ ଭାବେ ଗ୍ୟାସ୍ ରିଫିଲିଂ କରାଯାଉଥିବା ବେଳେ ଅସାବଧାନତା କାରଣରୁ ଅଗ୍ନି ସଂଯୋଗ ହୋଇ ଗ୍ୟାସ୍ ଷ୍ଟୋଭ୍ ଫାଟିଥିବା କୁହାଯାଉଛି ।

ଆହତ ହୋଇଥିବା ଯୋଡ଼ା ମାର୍କେଟ ଅଂଚଳର ସାଗର ଖାନ୍‌, ହୁଡ଼ିସାହିର ସଂଜୟ ମହାରଣା ଏବଂ ନାବାଳକ ବୁଧଦେବ ମହାକୁଡ଼ ଏହି ଦୋକାନରେ କାମକରୁଥିଲେ ବୋଲି ଜଣାପଡ଼ିଛି । ସୂଚନା ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଗ୍ୟାସ୍ ଷ୍ଟୋଭ୍ ଜଳାଇ ଚେକ୍ କରିବା ସମୟରେ ଦୁର୍ଘଟଣା ଘଟିଥିଲା ବୋଲି ଦୋକାନ ମାଲିକ ସେକ୍ ଅଖତର କହିଛନ୍ତି ।

   Related Posts