Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବୋଲେରୋ ଉପରେ ପଡିଗଲା ଗଛ, ଅଳ୍ପକେ ବର୍ତ୍ତିଲେ ଲୋକେ

24/05/2021 at 1:49 PM

ଦେବଗଡ଼ ୨୪।୦୫: ଗଛ ପଡି ବୋଲେରୋ ଚୁର୍‌ମାର । ଅଳ୍ପକେ ବର୍ତ୍ତିଲେ ଲୋକେ । ଦେବଗଡ଼ ସହର ମ୍ୟୁନିସିପାଲିଟି ସାହି ନୃସିଂହ ମଣ୍ଡପ ସମ୍ମୁଖରେ ଘଟିଛି ଘଟଣା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖବର ଅନୁଯାୟୀ, କୃଷ୍ଣଚୂଡା ଗଛ ହଠାତ ଉପୁଡି ପଡିବା ଫଳରେ ରାସ୍ତା କଡ଼ରେ ଥିବା ଏକ ବୋଲୋର ଗାଡି ଭାଙ୍ଗିରୁଜି ଚୂରମାର ହୋଇଯାଇଛି। ଗଛ ପଡିବା ସମୟରେ ଆଖପାଖରେ ଥିବା ଲୋକ ଦୌଡି ପଳାଇଯାଇଥିବାରୁ କୌଣସି ପ୍ରକାର ଜୀବନ ହାନି ଘଟିନାହିଁ । ଗଛ ପଡିବା ଦ୍ବାରା ପୌର ପରିଷଦ କାର୍ଯ୍ୟାଳୟ ଠାରୁ ବରୋଦା ବ୍ୟାଙ୍କ ପର୍ଯ୍ୟନ୍ତ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଖବର ପାଇ ଦେବଗଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ସଫା କରିଛନ୍ତି । ଯାହାଫଳରେ ରାସ୍ତାରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।

   Related Posts