ବ୍ରିଜ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | January 24, 2022 IST

ଚଣ୍ଡିଖୋଲ ୨୪।୦୧: ବ୍ରିଜ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚେଢଇଧରା ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଡୁବୁରୀରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଟ୍ରକଟି ଚଢେଇଧରା ଛକ ନିକଟରେ ଆଉ ଏକ ଗାଡ଼ିକୁ ଓଭରଟେକ୍‌ କରୁଥିଲେ । ଠିକ୍‌ ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯିବା ସହ ନିର୍ମାଣଧୀନ ବ୍ରିଜ୍‌ରେ ଝୁଲୁକି ରହିଛି ।

ସେପଟେ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଗାଡ଼ିର ଡ୍ରାଇଭର । ୫୩ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ଚାଲୁରହିଥିବା ବେଳେ ବାରମ୍ବାର ଏହିଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.