ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

Published By : Prameya-News7 Bureau | January 28, 2021 IST

ବୌଦ୍ଧ ୨୮।୦୧: ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୪ବସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪୦ ଯାତ୍ରୀ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭  ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ଦୁର୍ଘଟଣା ଘଟିଛି ।

{"id":399634,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଯାତ୍ରବାହୀ ବସ୍‌ଟି ମାଲକାନଗିରିରୁ ଭୁବନେଶ୍ୱର ଯାଉଥିଲା । କିନ୍ତୁ ଚାରିଛକ ନିକଟରେ ଛିଡା ହୋଇଥିବା ଏକ ହାଇଓ୍ୱାକୁ ପଛ ପଟୁ ଧକ୍କା ଦେଇଥିଲା ବସ୍‌ । ଯାହାଫଳରେ କି ୪ଜଣ ବସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୦ଯାତ୍ରୀ ।

ତେବେ ଦୁର୍ଘଟଣା ପରେ ହାଇଓ୍ୱା ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ପୁରୁଣାକଟକ ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଆହତ ବସ୍‌ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.