ଭାରସାମ୍ୟ ହରାଇ ଦୁର୍ଘଟଣା, ବସ୍ତି ଭିତରକୁ ମାଡିଗଲା ଟ୍ରକ

Published By : Prameya-News7 Bureau | March 12, 2021 IST

ଭୁବନେଶ୍ୱର ୧୨।୦୩: ଭୁବନେଶ୍ୱରରେ ଓଲଟିଲା ମୋରମ ବୋଝେଇ ଟ୍ରକ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":421567,"width":573,"height":392,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଏକ ମୋରମ ବୋଝେଇ ଟ୍ରକ ଚଣ୍ଡିଖୋଲ ଅଭିମୁଖେ ଯାଇଥିଲା । କିନ୍ତୁ ଭୁବନେଶ୍ୱର ରସୁଲଗଡ଼ ଛକ ନିକଟରେ ମୋରମ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡିଛି । ଏପରିକି ରାସ୍ତାକଡ଼ରେ ଥିବା ଘର ଉପରେ ମଧ୍ୟ ଟ୍ରକଟି ପଡିଯାଇଛି । ତେବେ ସୌଭାଗ୍ୟବଶଥତଃ ଘରେ କୌଣସି ବ୍ୟକ୍ତି ନଥିଲେ । ଯାହାଫଳରେ କୌଣସି ବଡ଼ ଧରଣ ଅଘଟଣରୁ ବର୍ତ୍ତିଯାଇଛନ୍ତି ।

ସେପଟେ ମୋରମ ବୋଝେଇ ଟ୍ରକଟି ରାସ୍ତାକଡ଼କୁ ପଡିଯିବା ଦ୍ୱାରା ଗାଡ଼ିରେ ଥିବା ଡ୍ରାଇଭର ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୋରମ ବୋଝେଇ ଟ୍ରକରେ ଆଉ କେତେଜଣ ଥିଲେ, ତାହା ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.