ସିଆର୍‌ପି ଓଭରବ୍ରିଜରେ ଦୁର୍ଘଟଣା : ଟ୍ରକକୁ ପଛପଟୁ ପିଟିଲା ଟ୍ରକ,୨ଗୁରୁତର

Published By : Prameya-News7 Bureau | April 08, 2021 IST

ଭୁବନେଶ୍ୱର ୦୮।୦୪: ଭୁବନେଶ୍ୱର ସିଆର୍‌ପି ଓଭରବ୍ରିଜରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ଏକ ଟ୍ରକ ଜୟଦେବ ବିହାର ପଟୁ ବରମୁଣ୍ଡା ଆଡ଼କୁ ଯାଉଥିଲା । ପୂର୍ବରୁ ଆଗରେ ଯାଉଥିବା ଏକ ଟ୍ରକକୁ ଭାରସାମ୍ୟ ହରାଇ ପିଟିଥିଲେ ପଛରେ ଥିବା ଟ୍ରକ । ପଛରେ ଟ୍ରକଟି ଏତେ ଜୋରରେ  ଧକ୍କା ଦେଇଥିଲା ଯେ, ଗାଡିରେ ଡ୍ରାଇଭର ଜଣଙ୍କ ଫସିରହିଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇଁ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟର ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.