Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଏସ୍‌ପିଙ୍କ ଗାଡିକୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା

5/01/2021 at 11:18 AM

ଭଦ୍ରକ ୦୫।୦୧: ଏସ୍‌ପିଙ୍କ ଗାଡିକୁ ପିଟିଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ ।

ଖବର ଅନୁଯାୟୀ, ଭଦ୍ରକ ଏସପି ଚରଣ ସିଂ ମିନା  ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ କିଛି କାମ ସାରି ଗାଡିରେ ଫେରୁଥିଲେ । କିନ୍ତୁ ଏହି ସମୟରେ ଏକ ମାଲବାହୀ  ଟ୍ରକ ଆସି ଏସ୍‌ପି ଙ୍କ ଗାଡିକୁ ସାଇଡରୁ ଧକ୍କା ଦେଇଥିଲା । ଯାହାଫଳରେ ଏସ୍‌ପିଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । କିନ୍ତୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏସ୍‌ପି ଚରଣ ସିଂହ ମିନା । ତେବେ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଟ୍ରକର ଡ୍ରାଇଭର କୁ ଅଟକ ରଖିବା ସହ ଟ୍ରକକୁ ଥାନାକୁ ଆଣିଛି । ଅନ୍ୟପଟେ ଏସ୍‌ପି ଭଣ୍ଡାରିପୋଖରୀ ଥାନାକୁ ଯାଇ ଅନ୍ୟ ଏକ ଗାଡିରେ ଭଦ୍ରକ ଫେରିଛନ୍ତି । ଦୁର୍ଘଟଣା ରେ ଏସପି ସୁସ୍ଥ ଥିବା ସୂଚନା ମିଳିଛି ।

   Related Posts