ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17/01/2021 at 9:17 AM

ଭଦ୍ରକ ୧୭।୦୧ : ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି । ଦୁର୍ଘଟଣାରେ ୫ ଗୋରୁ ମୃତ । ଭଦ୍ରକ ଜିଲ୍ଲା ଧାମନଦର ଥାନା ଭଣ୍ଡାରିପଦି ଛକ ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଗୋରୁ ବୋଝେଇ ପିକଅପ ଟି ୩୦ରୁ ଅଧିଅ ଗୋରୁଙ୍କୁ ନେଇ ଧାମନଗର ଅଭିମୁଖେ ଯାଉଥିଲା । ଭଣ୍ଡାରୀପଦି ଛକ ନିକଟରେ ଗାଡିଟି ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ୫ଟି ଗୋରୁ ଙ୍କର ମୃତ୍ୟୁ ହୋଇଛି । ତେବେ ୫ଟି ଗୋରୁଙ୍କ ମଧ୍ୟରୁ ୩ଟି ଷଣ୍ଢ ଓ ୨ ଟି ଗାଈ ଥିବା ସୂଚନା ମିଳିଛି । ତେବେ ଜୀବିତ ଥିବା ଅନ୍ୟ ଗୋରୁ ଗୁଡିକ ପଳାଇଯାଇଛନ୍ତି । ଉତ୍ୟକ୍ତ ଲୋକେ ଗୋରୁଙ୍କ ମୃତଦେହ ରଖି ଭଦ୍ରକ ଧାମନଗର ରାସ୍ତା ଅବରୋଧ କରିଛନ୍ତି । ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନାକୁ ଦେଖି ଧାମନଗର ପୋଲିସ ମୃତୟନ ହୋଇଛନ୍ତି ।