ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ୩ ଗୁରୁତର

Published By : Prameya-News7 Bureau | December 06, 2021 IST

ବେତନଟୀ ୦୬।୧୨ : ମୟୁରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ ଗଡ଼ଗଡ଼ିଆ ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଲା କାର୍‌ । ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ  ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ତିନି ଜଣଙ୍କ ମଧ୍ୟରେ ୨ଜଣ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ଥିବା ବେଳେ ଆଉ  ଜଣେ ଡିପିସି କର୍ମଚାରୀ ରହିଛନ୍ତି।  

ଖବର ଅନୁଯାୟୀ, ତିନିଜଣ ବ୍ୟକ୍ତି ଏକ କାର୍‌ରେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା । ଠିକ୍‌ ଏହି ସମୟରେ ୧୮ନମ୍ବର ଜାତୀୟ ରାଜପଥର ଗଡ଼ଗଡ଼ିଆ ଛକ ନିକଟରେ ଏକ ଟ୍ରଲରୁ ପଛ ପଟୁ ଧକ୍କା ଦେଇଥିଲା । ଏହା ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ମଧ୍ୟ ପିଟିଥିଲା । ଯାହାଫଳରେ ଗାଡ଼ିରେ ଥିବା ୩ଜଣ ଗୁରୁତର ହୋଇଥିଲେ । ପ୍ରଥମେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.