ଘର ପଶିଗଲା ହାଇଓ୍ୱା, ଦୁର୍ଘଟଣାରେ ୩ ଗୁରୁତର

Published By : Prameya-News7 Bureau | October 05, 2020 IST

ବଡ଼ବିଲ ୦୫।୧୦: ଘର ଭିତରକୁ ପଶିଗଲା ହାଇଓ୍ୱା ଟ୍ରକ । ଦୁର୍ଘଟଣାରେ ୩ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ବଲାଣି ଥାନା ଡର୍ବୀ ଛକ ନିକଟରେ ଘଟିଛି ଦୁର୍ଘଟଣା ।

ସମସ୍ତ ଶୋଇଥିବା ବେଳେ ଘର ଭିତରକୁ ପଶିଗଲା ହାଇଓ୍ୱା ଟ୍ରକ । ଯାହାଫଳରେ କି ଘରେ ତିନିଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବଡ଼ବଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କେଉଁଭଳି ପରିସ୍ଥିତିରେ ଘର ଭିତରକୁ ପଶିଗଲା ହାଇଓ୍ୱା ଟ୍ରକ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ବଲାଣି ଥାନା ଡର୍ବୀ ଛକରେ ଥିବା ଗୋପାଳ ମୁଣ୍ଡାର ଘର ଭିତରକୁ ପଶିଯାଇଛି ହାଇଓ୍ୱା ଟ୍ରକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.