ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବୋଲେରୋ, ଏକାଧିକ ଆହତ

Published By : Prameya-News7 Bureau | April 13, 2021 IST

ଆଠମଲ୍ଲିକ ୧୩।୦୪ : ଅନୁଗୁଳ ଆଠମଲ୍ଲିକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବୋଲେରୋ ଯୋଗେ ଆଠମଲ୍ଲିକ ଅମାସମା ଗାଁରୁ ଅନୁଗୁଳକୁ ଫେରିବା ବେଳେ ଗଡ଼ନୀ ନିକଟରେ ଭାରସାମ୍ୟ ହରାଇଥିଲା ବୋଲେରୋ । ଯାହାଫଳରେ ଗାଡ଼ିଟି ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ତେବେ ଗାଡିଟି ବିଦ୍ୟୁତ ଖୁଣ୍ଡରେ ପିଟିହେବା ଦ୍ୱାରା ଜଣେ ବ୍ୟକ୍ତି ଗୁରୁତର ହେବା ସହ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.