ଟ୍ରକ ଧକ୍କାରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 03, 2021 IST

ଆନନ୍ଦପୁର ୦୩।୦୪: ଟ୍ରକ ଧକ୍କାରେ ଯୁବକ ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଚାରିନାଳିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଚାରିନାଳିଆ ଛକ ନିକଟରେ ବାଲି ବୋଝେଇ ହାଇଓ୍ୱା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ କି ଯୁବକ ଜଣଙ୍କୁ ଗୁରୁତର ହୋଇଛନ୍ତି । ହାଇଓ୍ୱା ଧକ୍କାରେ ଯୁବକଙ୍କ ବାମ ଗୋଡ଼ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ  ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.