ପୋଲିସ ଚେକିଂ ସମୟରେ ଖସି ପଳାଉଥିଲେ, ଦୁଇ ବାଇକ ମୁହାଁମୁହିଁ ଧକ୍କା : ୩ ଗୁରୁତର, SCBରେ ଭର୍ତ୍ତି

Published By : Prameya-News7 Bureau | April 30, 2021 IST

ଢେଙ୍କାନାଳ ୩୦/୪ : ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୋଲିସ ପକ୍ଷରୁ ଚାଲିଛି କଡା ଚେକିଂ । ଅମାନିଆଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ତରଫରୁ ଜୋରିମାନା ସହ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ପୋଲିସ ଚେକିଂ ସମୟରେ ଖସି ପଲାଉଥିବାବେଳେ ଅମାନିଆମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏପରି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଭୁବନରେ ।

ଭୁବନରେ ପୋଲିସ ଚେକିଂ କରୁଥିବାବେଳେ ଜଣେ ଅମାନିଆ ଫାଇନକୁ ଏଡାଇବାକୁ ଯାଇ ବାଇକଟିକୁ କ୍ଷିପ୍ର ଗତିରେ ନେଇ ପଳାଉଥିବା ସମୟରେ ଅନ୍ୟ ଏକ ବାଇକ ସହିତ ଧକା ହୋଇଥିବା ଜଣାପଡିଛି । ଯାହାଫଳରେ ବାଇକ ଦୁଇଟି ମୁହାଁମୁହିଁ ଧକା ହୋଇଥିଲା । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ସମେତ ତିନିଜ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ପୋଲିସ ଭୁବନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା ।

ମାତ୍ର ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିବାରୁ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । କଟକ ସ୍ଥାନାନ୍ତରିତ ହୋଇଥିବା ଗୁରୁତର ମାନେ ହେଲେ ଟିପିଳେଇ ଗ୍ରାମର ବଳଭଦ୍ର ପ୍ରଧାନ ଓ ଦିବ୍ୟଙ୍ଗା ଗ୍ରାମର ମନୋଜ ସାହୁ । ଭୁବନରୁ ଢେଙ୍କାନାଳ ଦେଇ ଯାଇଥିବା ପୁର୍ତ୍ତ ବିଭାଗ ରଗଡି ରାସ୍ତାରେ ଭୁବନ ପୋଲିସର ଏହି କଡାକଡି ଚେକିଂ ଚାଲିଥିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.