ଟ୍ରକକୁ ପିଟିଲା ବୋଲେରୋ, ୨ମୃତ

Published By : Prameya-News7 Bureau | June 14, 2021 IST

ପାଟଣା, ୧୪/୦୬:  ଟ୍ରକକୁ ଧକ୍କା ଦେଲା ବୋଲେରୋ । ୨ ମୃତ । ରାସ୍ତା କଡରେ  ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ବୋଲେରୋ ଧକ୍କା ଦେବାରୁ ୨ ଜଣ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନାନୁସାରେ, ପାଟଣା ଦେଇ ଯାଇଥିବା ଜାତୀୟ ରାଜପଥ ୪୯  ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା  ଘଟିଛି । ରାସ୍ତା କଡରେ  ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ବୋଲେରୋ ଧକ୍କା ଦେବାରୁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଲ ଖିରେଇଟାଙ୍ଗିରି ଗାଁର ଗୋପାଳ ଚନ୍ଦ୍ର ମହାନ୍ତ ଓ ଦିଲ୍ଲୀପ କୁମାର ମହାନ୍ତ । ୪୯ ନମ୍ବର ଜାତୀୟ ରାଜପଥ  ସମ୍ପ୍ରସାରଣ ପାଇଁ ଠିକା ସଂସ୍ଥାରେ ନିୟୋଜିତ ଥିବା ବୋଲେରୋ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.