ଖୋର୍ଦ୍ଧା, ୨୪/୧୨: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କୁରାଢମଲ୍ଲ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ବାଇକ୍କୁ ପଛରୁ ଟ୍ରକ୍ ଧକ୍କାଦେବା ଫଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନାନୁସାରେ, ଓଆର୦୭ଭି-୨୬୧୨ ବାଇକରେ ୩ ଯୁବକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । କୁରାଢମଲ୍ଲ ଛକ ନିକଟରେ ପଛରୁ ଆସୁଥିବା ଓଡ଼ି୦୨ ଏଏମ୍-୪୨୨୩ ନମ୍ବର ବିଶିଷ୍ଟ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା ।ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ଏହାମଧ୍ୟରୁ ଜଣେ ରାସ୍ତାରେ ଜୀବନ ହାରିଥିବା ବେଳେ ଅନ୍ୟଜଣେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ ।
ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ । କିନ୍ତୁ ସେମାନଙ୍କ ଘର ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ବୋଲି ସୂଚନା ମିଳିଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିବା ବେଳେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।