ଗଛମୂଳରେ ବାଇକ ଉପରେ ବସିଥିଲେ, ଘୋଷାଡି ନେଲା ମାଲବାହୀ ଟ୍ରକ: ଯୁବକ ଗୁରୁତର

Published By : Prameya-News7 Bureau | July 08, 2021 IST

ତେଲକୋଇ ୮/୭ :  ତେଲକୋଇ ଥାନା ଅନ୍ତର୍ଗତ ହନୁମନ୍ତିଆ ପୋଲ ନିକଟରେ ଦୁର୍ଘଟଣା । ସୂଚନା ଅନୁଯାୟୀ ପାଲ୍ଲଲହଡା ଉପଖଣ୍ଡ ଟମ୍ପର ଗାଁରୁ ତେଲକୋଇ ତଳସାହିକୁ ଦୁଇ ଯୁବକ ଆସୁଥିଲେ । ତେବେ ହନୁମନ୍ତିଆ ପୋଲ ନିକଟରେ ବାଇକରେ ତେଲ ସରି ଯିବାରୁ ଜଣେ ଟାଙ୍କିକୁ ପେଟ୍ରୋଲ ନେବାପାଇଁ ଆସିଥିଲେ ଏବଂ ଆଉ ଜଣେ ଯୁବକ ମିଥୁନ ନାଏକ ଗୋଟିଏ ଆମ୍ବ ଗଛମୂଳରେ ଗାଡି ଉପରେ ବସିଥିଲେ ।

ହେଲେ ହଠାତ୍  ମାଲବାହୀ ଟ୍ରକଟି ତାଙ୍କୁ ପଛପଟୁ ଧକ୍କା ଦେଇ ବାଇକ ସହ ଘୋଷାଡି ନେଇଥିଲା । ଟ୍ରକଟି ମଧ୍ୟ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଯୁବକଙ୍କ ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ପ୍ରଥମେ ତେଲକୋଇ ମେଡ଼ିକାଲ ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ନାସନାଲ ପରମିଟ ଥିବା ମାଲବାହୀ ଟ୍ରକ ଗୁଡିକ ୪୯ ନମ୍ବର ଜାତୀୟ ରାଜପଥ ଦେଇ ନଯାଇ ଜଗମୋହନପୁର ଠାରୁ ପୂର୍ତ୍ତ ବିଭାଗ ରାସ୍ତାରେ ତେଲକୋଇ ମାର୍କେଟ ଦେଇ କାଞ୍ଜିପାଣି ଥାନା ସମ୍ମୁଖ ଦେଇ ଯିବା ଆସିବା କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏନେଇ ବିଭିନ୍ନ ସଂଗଠନ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.