ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | April 23, 2021 IST

ସୋର, ୨୩।୦୪: ଦୁର୍ଘଟଣାରେ ଆହତ ହେଲେ ମଞ୍ଚ ଓ ଚଳଚିତ୍ରର ବରିଷ୍ଠ କଳାକାର । କଳାକାର ରତିକାନ୍ତ ବେହେରା ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତିl

ମୟୁରଭଞ୍ଜ ଜିଲ୍ଲା ଉଦଳା ଅଂଚଳର ବିଶିଷ୍ଟ ମଞ୍ଚ ଓ ଚଳଚିତ୍ର କଳାକାର ରତିକାନ୍ତ ବେହେରା ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେ ଆହତ ହୋଇ ପ୍ରଥମେ ସୋର ଡାକ୍ତରଖାନା ଓ ପରେ ବାଲେଶ୍ୱର ଭର୍ତ୍ତି ହୋଇଛନ୍ତି l  ଭଦ୍ରକରୁ କାର ଯୋଗେ ଫେରୁଥିବା ବେଳେ ଜାତୀୟ ରାଜପଥ ନାୟକ ବନ୍ଦଠାରେ ଦୁର୍ଘଟଣାର ଶିକାର ହୋଇଥିଲେ l ତାଙ୍କ ସହିତ ଥିବା ତାଙ୍କ ଓକିଲ ବନ୍ଧୁ ମଧ୍ୟ୍ ଆହତ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.