ଶ୍ୱଶୂର ଘରକୁ ଗଲା ବେଳେ ଧକ୍କା ଦେଲା ଅଜଣା ଗାଡି, ଜ୍ୱାଇଁ ମୃତ

Published By : Prameya-News7 Bureau | September 23, 2021 IST

ସୋର ୨୩/୦୯:  ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ l  ଏପରି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ ।

ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତ୍ରରେ ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଇରମର ମଧୁସୂଦନ ପୁହାଣ ଶ୍ୱଶୂର ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଟପୁର ଆସୁଥିଲେ । ଏହି ସମୟରେ ୧୬ନଂ ଜାତୀୟ ରାଜପଥ ତଳନଗର ଠାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲାl

ଖବର ପାଇ ସୋର ପୋଲିସ ମଧୁସୂଦନଙ୍କ ମୃତଦେହକୁ ଉଦ୍ଧାର କରି ସୋର ଡାକ୍ତରଖାନରେ ଭର୍ତ୍ତି କରିଛି l ମଧୁସୂଦନ ପରିବାର ଓ ଶ୍ୱଶୁର ଘର ଲୋକ ସୋରେ ଡାକ୍ତରଖାନରେ ପହଁଚିଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.