ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ

Published By : Prameya-News7 Bureau | January 22, 2022 IST

ସୋନପୁର, ୨୨|୦୧: ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫ ମୃତ ଓ ୫ ଗୁରୁତର । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ସଦର ମହାନଦୀ ପୋଲ ଉପରେ ।

ପୋଲ ଉପରେ ବୋଲେରୋ ଓ ଟ୍ରକ ମୁହାମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ଉଲୁଣ୍ଡା ବ୍ଲକ ନିମ୍ନ ଗାଁରୁ ବିନିକା ବ୍ଲକ କୌଡ଼ିଆମୁଣ୍ଡା ଗାଁକୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ରାତି ୧୨.୩୦ରୁ ୧ଟା ମଧ୍ୟରେ  ଫେରିବା ସମୟରେ ମହାନଦୀ ପୋଲ ମଝିରେ ଏହି ଦୁର୍ଘଟଣା ଘଟିଥିଲା । 

ଦୁର୍ଘଟଣାରେ ଗୁରୁତରମାନେ ହେଲେ ପ୍ରମୋଦ ହୋତା, ଅମିତ୍ ବାଘ, ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ ପାଣ୍ଡିଆ । ସେହିପରି ମୃତକମାନେ ହେଲେ ନିମ୍ନା ଗାଁର ଆଶିଷ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ, ସିଦ୍ଧି ପାଣ୍ଡିଆ, ତ୍ରୟମ୍ବକ ମେହେର ଓ ଶୁଭମ ପାଣ୍ଡିଆ ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨ ଜଣ ପ୍ରାଣ ହରାଇଥିଲେ । ସେହିପରି ହସ୍ପିଟାଲରେ ଆଉ ୩ଜଣ ଜୀବନ ହାରିଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.