ସିରିଜ୍ ଦୁର୍ଘଟଣା : ବାଇକ ଆରୋହୀ ମୃତ, ୮ ବୋଲେରୋ ଯାତ୍ରୀ ଗୁରୁତର

Published By : Prameya-News7 Bureau | December 29, 2020 IST

ବୁର୍ଲା,୨୮/୧୨: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ପରଧିଆପାଲି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ପ୍ରଥମେ ବାଇକ୍‌କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ବାଇକଟି କ୍ରେନ୍‌ରେ ପିଟି ହୋଇଯାଇଥିଲା । ଫଳରେ ବାଇକ୍‌ରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୋଲେରୋରେ ଥିବା ୮ ଜଣ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ସ୍ଥାନୀୟ ଗେଟି ଟକିଜ ରୋଡ ଅଞ୍ଚଳରସନ୍ତ ବାରିକ(୪୦) । ସେପଟେ ବାଇକ୍‌ ଚାଳକ ଏମ୍‌ଡି ସିଦିକଙ୍କ ସମେତ ଅନ୍ୟ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ଭିମ୍‌ସାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।

ସୂଚନା ଅନୁସାରେ, ସୋମବାର ପରିଧିଆପାଲି ନିକଟରେ ଏକ ବାଇକ୍‌ ଆରୋହୀ ରାସ୍ତାପାର ହେଉଥିବା ବେଳେ ଝାରସୁଗୁଡା ପଟୁ ଆସୁଥିବା ଏକ ବୋଲେରୋ (ଓଡି-୧୭-ଏଚ୍‌-୮୮୭୮) ପ୍ରଥମେ ବାଇକ୍‌କୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ବାଇକଟି ଏକ କ୍ରେନ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାଇକ୍‌ ଆରୋହୀ ଛିଟିକି ପଡିଥିବା ବେଳେ ତାଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ସେହିପରି ବୋଲେରୋରେ ଥିବା ୭ ଜଣ ମଧ୍ୟ ଗୁରୁତର ହୋଇଥିଲେ ।

ସୂଚନା ପାଇ ଅଇଁଠାପାଲିଥାନା ପୋଲିସ୍‌ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବୁର୍ଲା ମେଡିକାଲ ନେଇଥିଲେ ।ଦୁର୍ଘଟଣାରେ ବାଇକ୍‌ ପଛରେ ବସିଥିବା ସନ୍ତା ବାରିକର ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଥିବା ବେଳେ ବାଇକ୍‌ ଆରୋହି ଏମ୍‌ଡି ସିଦିକ ଗୁରୁତର ହୋଇଛନ୍ତି । ସେହିପରି ୮ ବୋଲେରୋ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.