ଛାରଖାର ହୋଇଗଲା ପରିବାର : ଦୁର୍ଘଟଣାରେ ଜୀବନ ହାରିଲେ ମାଆ ଓ ଝିଅ, ମୃତ୍ୟୁ ସହ ଲଢୁଛି ପୁଅ

Published By : Prameya-News7 Bureau | May 17, 2021 IST

ରେଙ୍ଗାଲି, ୧୭/୦୫: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ମାଆ ଓ ଝିଅ । ସମ୍ୱଲପୁର ଜିଲ୍ଲା ଶାସନ ବାଇପାସ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଛିଡ଼ା ହୋଇଥିବା ହାଇୱା ପଛପଟେ ଏକ କାର୍‌ ପିଟି ହୋଇ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଟିକିରିପଡ଼ାର ବିଜିଲି ଭୋଇ (୫୬) ଓ ଝିଅ ରୁବିନା (୨୦) । ଗୁରୁତର ପୁଅ ବିକାଶ (୨୨) ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ଗାଡ଼ି ଚାଳକ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ମୁତାବିକ, ହାଇୱା (ଓଡି୧୫ଜି-୧୫ଏ୫୩୯୮) ଛିଡ଼ା ହୋଇଥିବା ସମୟରେ ସମ୍ୱଲପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା କାର୍‌ (ଓଡି୧୬ଇ-୯୭୦୦) ପଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ହିଁ ବିଜିଲି ଓ ଝିଅ ରୁବିନାଙ୍କ ମୃତ୍ୟୁ ହୋଇଥିଲା । ପୁଲିସ୍‌, ଏଲ୍‌ଆଣ୍ଡଟି କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଶାସନ ଥାନା ପୁଲିସ୍‌ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.